Mahatma gandhi biography in odia
Mahatma gandhi biography in odia || Gandhi jayanti || Father of procedure mahatma gandhi in odia || Jatira pita
ମହାତ୍ମାଗାନ୍ଧୀ (1869-1948) (Mahatma Gandhi ):
ଇତିହାସ ପୃଷ୍ଠା ଯେଉଁ ମହାନ ଜନନାୟକ ମାନଙ୍କ ଦ୍ୱାରା ସ୍ଵର୍ଣରଞ୍ଜିତ ,ସେମାନଙ୍କ ମଧ୍ୟ୍ୟ ରୁ ମୋହନଦାସ କରମ ଚାନ୍ଦ ଗାନ୍ଧୀ (mohandas karmachand gandhi ) ଥିଲେ ଅନ୍ୟତମ |ସେ ଥିଲେ ନ୍ୟାୟ ,ସତ୍ୟ ,ଧର୍ମ ଓ ଅହିଂସାର ଏକ ମୂର୍ତ୍ତିମନ୍ତ ପୁରୁଷ , ଭାରତୀୟ ମୁକ୍ତି ସଂଗ୍ରାମ ର ଏକ କୃଷ୍ଣ | ଜାତୀୟତାବାଦୀ ନେତାମାନଙ୍କ ଦ୍ୱାରା ଚାଳିତ ଆନ୍ଦୋଳନ କୁ ସେ ଏକ ଗଣ ଆନ୍ଦୋଳନ ରେ ପରିଣତ କରିଦେଇଥିଲେ |
ଜୀବନୀ (Biography)-
ରାଜକୋଟ ଓ ବମ୍ବେ ଠାରେ ଆଈନବିଦ୍ୟା ଅଭ୍ୟାସ କରି ଗାନ୍ଧିଜୀ ସଫଳ ହେଲେ ନାହିଁ | 1893 ରେ ଜୈନିକ ମୁସଲମାନ ବ୍ୟବସାୟୀଙ୍କ ମକ୍କଦମା କରିବା ନିମନ୍ତେ ସେ ଆଫ୍ରିକା ଯାତ୍ରା କରିଥିଲେ | ଗାନ୍ଧୀ (Gandhi)ଙ୍କ ଉତ୍ଥାନ ପାଇଁ ଏହିଠାରେ ଯେପରି ତାଙ୍କ ପାଇଁ ଭାଗ୍ୟ ଅପେକ୍ଷା କରିଥିଲା |
ଦକ୍ଷିଣ ଆଫ୍ରିକା ଇଂରେଜମାନଙ୍କର ଏକ ଉପନିବେଶ ଥିଲା | ଏଠାରେ ଶ୍ଵେତାଙ୍ଗମାନେ କୃଷ୍ଣକାୟ ଆଫ୍ରିକୀୟ ଏବଂ ପିଙ୍ଗଳ ବର୍ଣ୍ଣର ଭାରତୀୟମାନଙ୍କୁ ଅତିଶୟ ଘୃଣା କରୁଥିଲେ |ବ୍ୟବସାୟୀ ,ବଣିକ ,ଦୋକାନୀ ଓ ଶ୍ରମିକ ଭାବରେ ସେଠାରେ ପ୍ରାୟ
ଶେଷ ରେ 1914 ରେ ଗାନ୍ଧୀ (Gandhi) ଓ ସ୍ମାଟସଙ୍କ ମଧ୍ୟ୍ୟରେ ଏକ ଚୁକ୍ତିହେଲା | ଦକ୍ଷିଣ ଆଫ୍ରିକା ସରକାର ଭାରତୀୟମାନଙ୍କ ସମ୍ମାନ ରକ୍ଷା ପାଇଁ କେତେକ ସୁବିଧା ଦେଲେ | ନାଟାଲ ଅଞ୍ଚଳକୁ ଭାରତୀୟମାନଙ୍କର ବସତି ପାଇଁ ଉନ୍ମୁକ୍ତ ରଖାଗଲା | ସେମାନଙ୍କ ଉପରୁ ମୁଣ୍ଡକର ଉଠାଇ ଦିଆଗଲା | ଶ୍ରମିକମାନେ ସ୍ୱାଧୀନ ଭାବରେ କାମ କରିବାର ଅଧିକାର ପାଇଲେ |
1914 ରେ ଗାନ୍ଧୀ (Gandhi) ଭାରତକୁ ଫେରିଲେ | ସେତେବେଳେ ଭାରତରେ ସେ ଥିଲେ ଅଜଣା ,କେବଳ ଗୋଖଲେ ଗାନ୍ଧୀ ଙ୍କୁ ଉତ୍ତମରୂପେ ଚିନ୍ହି ଥିଲେ , ସେ ହେଲେ ଗାନ୍ଧିଜୀ (Gandhiji)ଙ୍କର ରାଜନୈତିକ ଗୁରୁ | 1915 ରେ ଅହମ୍ମଦାବାଦ ସାବରମତୀ ନଦୀ କୁଳ ରେ ସତ୍ୟାଗ୍ରହ ଆଶ୍ରମ ପ୍ରତିଷ୍ଠା କଲେ | ସେ ଉଭା ହେଲେ ଏକ ଅଭୁତ ରାଜନୈତିକ ଶକ୍ତିରୂପେ , ହେଲେ ମହାତ୍ମା (Mahatma) |
ଭାରତରେ ସତ୍ୟାଗ୍ରହ (Salt Satyagraha):
ବିହାରରେ ଚମ୍ପାରଣ , ଗୁଜୁରାଟର କାଇରା ଓ ଅହମ୍ମଦବାଦଠାରେ ଗାନ୍ଧୀ ତାଙ୍କ ସତ୍ୟାଗ୍ରହ ଆନ୍ଦୋଳନ ପରୀକ୍ଷାକଲେ |ଚମ୍ପାରଣର ଚାଷୀ ମାନେ ଜମିର 24 ଭାଗ ରୁ 3 ଭାଗ ସ୍ଥାନରେ ନିଳଚାଷ କରିବା ଓ ତାହାକୁ ବ୍ରିଟିଶ ନୀଳରୋପଣକାରୀଙ୍କ ନିର୍ଦ୍ଧାରିତ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଥିଲେ | କୃଷକ ମାନଙ୍କ ଉପରେ ହେଉଥିବା ନୀଳାରୋପଣକାରୀମାନଙ୍କ ଅତ୍ୟାଚାରର ପ୍ରକୃତ ତଥ୍ୟ ଗାନ୍ଧୀ (Gandhi)ଆଲୋକକୁ ଆଣିଲେ |ସରକାର ବାଧ୍ୟ ହୋଇ ଆଇନଦ୍ୱାରା ଏଥିରୁ ଅନ୍ୟାୟ ବ୍ୟବସ୍ଥା ଗୁଡିକ ଉଚ୍ଛେଦ କରିଥିଲେ |1918 ରେ ଅହମ୍ମଦାବାଦ ଠାରେ ମିଲ ଶ୍ରମିକମାନେ ଦରମା ବୃଦ୍ଧି କରିବାକୁ ଆନ୍ଦୋଳନ ଚଳାଇଲେ |ଗାନ୍ଧୀ (Gandhi)(Gandhi)ସଂଗଠିତ କଲେ | ସେମାନଙ୍କ ଜମି ବାଜ୍ୟାପ୍ତ କରିଦେବା ପାଇଁ ସରକାର ଙ୍କ ଧମକକୁ ଚାଷୀମାନେ କର୍ଣପାତ କଲେନାହିଁ | ଶେଷ ରେ ସରକାର ବାଧ୍ୟ ହୋଇ ଚାଷୀମାନଙ୍କ ସହିତ ବୁଝାମଣା କଲେ |
ରାଜନୀତି ରେ ପ୍ରବେଶ :
ପ୍ରଥମେ ଗାନ୍ଧିଜୀ (Gandhiji)ଙ୍କର ଇଂରେଜମାନଙ୍କ ପ୍ରତି ଖୁବ ଭଲଧାରଣା ଥିଲା | ଇଂରେଜମାନଙ୍କୁ ଏକ ଶିକ୍ଷିତ ଓ ଭଦ୍ର ଜାତିରୂପେ ଭାବି ସେମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଗାନ୍ଧୀ ଇଚ୍ଛା ପ୍ରକାଶ କରୁଥିଲେ | କିନ୍ତୁ ବ୍ରିଟିଶମାନଙ୍କ ଅତ୍ୟାଚାର ଦେଖି ଓ ସେମାନଙ୍କର ଅସଲ ଉଦ୍ୱେସ ବୁଝିପାରି ତାଙ୍କର ମନୋଭାବର ପରିବର୍ତ୍ତନ ଘଟିଲା |
(Gandhi)ଏ ଆନ୍ଦୋଳନ କୁ ସମର୍ଥନ କଲେ | ସର୍ବଭାରତୀୟ ଖିଲାଫତ କମିଟି ଗାନ୍ଧୀ (Gandhi)ଙ୍କ ଅସହଯୋଗ କାର୍ଯ୍ୟକ୍ରମ କୁ ଗ୍ରହଣ କରିଥିଲେ |
ଅସହଯୋଗ ଆନ୍ଦୋଳନ (Asahajoga Andolana):
ଗାନ୍ଧୀ(Gandhi)ଙ୍କ ଅସହଯୋଗ ଆନ୍ଦୋଳନ ଥିଲା ଇଂରେଜମାନଙ୍କ ବିପକ୍ଷ ରେ ପ୍ରଥମ ସକ୍ରିୟ ଆନ୍ଦୋଳନ | ଅହିଂସା ମାର୍ଗରେ ବ୍ରିଟିଶ ମାନଙ୍କ ସହିତ ସମ୍ପୂର୍ଣ ଅସହଯୋଗ କରିବାକୁ ଗାନ୍ଧୀ (Gandhi)(Gandhi)ଅନୁଭବ କଲେ ଯେ ,ଦେଶବାସୀ ଅହିଂସା ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇନାହାନ୍ତି | ଗାନ୍ଧୀଙ୍କୁ 6 ବର୍ଷ ପାଇଁ ଜେଲ ଦଣ୍ଡ ଦିଆଯାଇଥିଲେ ମଧ୍ୟ ଅସୁସ୍ଥତା ଯୋଗୁ ତାଙ୍କୁ 2 ବର୍ଷ ପରେ ଛାଡି ଦିଆଗଲା | ସରକାର ହିନ୍ଦୁ ମାନଙ୍କ ଠାରୁ ମୁସଲ୍ମାନମାନଙ୍କୁ ଦୁରେଇ ଦେବାକୁ ଚେଷ୍ଟା କରୁଥିଲେ | ଦୁଇ ସଂପ୍ରଦାୟ ମଧ୍ୟ୍ୟରେ ଏକତା ଆଣିବା ପାଇଁ ଗାନ୍ଧୀ (Gandhi)21 ଦିନ ଧରି ଉପବାସ କଲେ |
1921 ରେ ଲାହୋର କଂଗ୍ରେସ (Lahore-Congress) ଅଧିବେଶନ ରେ ' ପୁର୍ଣ ସ୍ୱରାଜ' ପାଇଁ ପ୍ରସ୍ତାବ ଆସିଥିଲା | ସେତେବେଳେ ଗାନ୍ଧୀ (Gandhi)'ୟଙ୍ଗ ଇଣ୍ଡିଆ ' ପତ୍ରିକା ରେ ଭାରତର ଶାସନ ସଂସ୍କାର ପାଇଁ 11 ଟି ପ୍ରସ୍ତାବ ଦେଇଥିଲେ | ବଡଲାଟ ଙ୍କୁ ଚେତାବନୀ ଦେଇ ଗାନ୍ଧୀ କହିଲେ ଯେ ସରକାର ତାଙ୍କର ସବୁ ପ୍ରସ୍ତାବ ଗ୍ରହଣ ନକଲେ ସେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବେ |
ଆଇନ ଅମାନ୍ୟ ଆନ୍ଦୋଳନ (Ain Amanya Andolana):
ବଡ଼ଲାଟ ଗାନ୍ଧୀ (Gandhi)(Gandhiji)ସମୁଦ୍ର ରୁ ଲୁଣ ମାରି ଲବଣ ଆଇନ ଭଙ୍ଗ କଲେ | ଗାନ୍ଧୀ ଘୋଷଣା କରିଥିଲେ ଯେ ବ୍ରିଟିଶ ଶାସନ ଭାରତର ନୈତିକ ,ଭୌତିକ ,ସାଂସ୍କୃତିକ ଏବଂ ଆଧ୍ୟତ୍ମିକ ଶକ୍ତି କୁ ଭାଙ୍ଗି ଦେଇଛି ,ଏହି ଶାସନ ହେଉଛି ଏକ ଅଭିଶାପ , ସରକାରଙ୍କ ଏହି ପଦ୍ଧତି ସେ ଭାଙ୍ଗି ଦେବେ | ସରକାର ଙ୍କ ଦମନ ସତ୍ୱେ ସମଗ୍ର ଭାରତରେ ଏ ଆନ୍ଦୋଳନ ବ୍ୟାପିଗଲା |
ଦ୍ୱିତୀୟ ଗୋଲଟେବୁଲ ବୈଠକ ରେ ଗାନ୍ଧିଜୀ :
ବ୍ରିଟିଶ ସରକାର କଂଗ୍ରେସ ସହିତ ଏକ ସନ୍ଧି କରିବାକୁ ଚାହିଁଲେ , ଉଦ୍ୟେଶ ଥିଲା କଂଗ୍ରେସ ଖୁସି ହୋଇ ଗୋଲଟେବୁଲ ବୈଠକରେ ଯୋଗଦେବେ | 1931 ରେ ମହାତ୍ମାଗାନ୍ଧୀ (Mahatma Gandhi)ଓ ବଡଲାଟ ଇରୁଉଇନ ଙ୍କ ମଧ୍ୟରେ (ଗାନ୍ଧୀ -ଇରୁଉଇନ)ଚୁକ୍ତି ସ୍ୱାକ୍ଷରିତ ହେଲା | ଚୁକ୍ତି ଅନୁଯାୟୀ ସରକାର ରାଜନୈତିକ ବନ୍ଧୀ ମାନଙ୍କୁ ମୁକ୍ତ କରିବାକୁ ରାଜି ହେଲେ ଏବଂ ଗାନ୍ଧୀ (Gandhi)
ଭାରତଛାଡ ଆନ୍ଦୋଳନ (Bharatchhada Andolana):
(Gandhi)ଙ୍କୁ ଗିରଫ କରାଗଲା ,ମାତ୍ର ତାଙ୍କର ଅସୁସ୍ଥତା ଯୋଗୁ 1944 ମେ 6 ତାରିଖ ଦିନ ବିନା ସର୍ତ୍ତରେ ତାଙ୍କୁ ଛାଡି ଦିଆଗଲା |ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଭାରତଛାଡ଼ ଆନ୍ଦୋଳନ ଥିଲା ଶେଷ ଓ ଭୟଙ୍କର ଗଣ ଆନ୍ଦୋଳନ |
ସାମ୍ପ୍ରଦାୟିକତା ଓ ବିଭାଜନ :
(Gandhi)ତାଙ୍କର ଅହିଂସା ଅଭିଯାନ ଚଳାଇଥିଲେ ,ମାତ୍ର ସାମ୍ପ୍ରଦାୟିକ ଭେଦଭାବ ରୁ ଧର୍ମାନ୍ଧ ଦେଶବାସୀ ନିର୍ବୁତ ହେଲେ ନାହିଁ | 1947, ଫେବୃଆରୀ 20 ତାରିଖ ଦିନ ଆଟଲି ଭାରତୀୟମାନଙ୍କୁ କ୍ଷମତା ହସ୍ତାନ୍ତର କରିବା କଥା ଘୋଷଣା କଲେ ଏବଂ ଏହି କାର୍ଯ୍ୟ ପାଇଁ ଲର୍ଡ଼ ମାଉଣ୍ଟବ୍ୟାଟେନ ଙ୍କୁ ବଡ଼ଲାଟ ରୂପେ ଭାରତକୁ ପ୍ରେରଣ କଲେ | ମାଉଣ୍ଟବ୍ୟାଟେନ ଅନୁଭବ କଲେ ଯେ ହିନ୍ଦୁ ଓ ମୁସଲମାନମାନେ ଏକତ୍ର ଗୋଟିଏ ଦେଶରେ ରହିପାରିବେ ନାହିଁ | ଭାରତ ବିଭାଜନ କୁ ଗାନ୍ଧୀ ବିରୋଧ କରିଥିଲେ ମଧ୍ୟ ବିଭାଜନ ଅନିର୍ଵାଯ୍ୟ ହୋଇପଡିଲା | 1947 ଜୁନ 1 ତାରିଖରେ ଗାନ୍ଧିଜୀ ମର୍ମାହତ ହୋଇ କହିଲେ " "
1947 ଅଗଷ୍ଟ 14ରେ ସ୍ୱତନ୍ତ୍ର ରାଷ୍ଟ୍ର ରୂପେ ପାକିସ୍ତାନ ଜନ୍ମ ନେଲା | ସେହିଦିନ ମଧ୍ୟ ରାତିରେ ରାଜେନ୍ଦ୍ର ପ୍ରସାଦ ଭାରତ ସ୍ୱାଧୀନ ହେଲା ବୋଲି ବିଶ୍ୱକୁ ବାର୍ତ୍ତା ପ୍ରେରଣ କଲେ |
ସାମ୍ପ୍ରଦାୟିକ ଦଙ୍ଗା କମି ନ ଥିଲା | ସ୍ୱାଧୀନତା ଉତ୍ସବରେ ଭାଗ ନ ନେଇ ନୋଆଖାଲିରେ ଗାଁକୁ ଗାଁ ଖାଲି ପାଦରେ ଯାତ୍ରା କରି ଶାନ୍ତି ଓ ଏକତା ରକ୍ଷା କରିବାକୁ ଗାନ୍ଧୀ ଲୋକମାନଙ୍କୁ ନିବେଦନ କଲେ | ତା ପରେ ସେ ବିହାର ଓ କଲିକତା କୁ ଆସି ଶାନ୍ତି ସ୍ଥାପନ କଲେ | ମାଉଣ୍ଟବ୍ୟାଟେନ ଭାଷାରେ , "ଅସ୍ତ୍ରଶସ୍ତ୍ରରେ ସଜିତ 50 ହଜାର ସୈନ୍ୟ ଯାହା କରି ନପାରିଲେ ଏକା ମହାତ୍ମା ତାହା କରିପାରିଲେ |"
ଆଇନଷ୍ଟାଇନ କହିଛନ୍ତି , " ସ୍ନେହ ଓ ଶ୍ରଦ୍ଧାରେ ଭାରତୀୟମାନେ ତାଙ୍କୁ ଜାତିର ଜନକ ରୂପେ ଅଭିହିତ କରିଛନ୍ତି |"
*** ପରିସମାପ୍ତି ***